କରୋନା ଅପଡେଟ୍: ଦେଶରେ ଆଉ ୯,୨୧୬ ନୂଆ ମାମଲା, ୩୯୧ ମୃତ

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ଦେଶରେ ପୁଣି କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୯,୨୧୬ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ୩୯୧ ରୋଗୀଙ୍କ ମୃତ୍ୟୁ ହୋଇଛି। ବଡ କଥା ହେଉଛି ଓମିକ୍ରନ୍ ଦେଶରେ ପାଦ ଥାପିସାରିଛି। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଦୁଇ ଜଣ ଲୋକ ଓମିକ୍ରନ୍ ପ୍ରଜାତିରେ ସଂକ୍ରମିତ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୯୯ ହଜାର ୯୭୬ ରହିଛି। ଏଥି ସହିତ, ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ୧୧୫ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୩ କୋଟି ୪୦ ଲକ୍ଷ ୪୫ ହଜାର ୬୬୬ ଲୋକ ସୁସ୍ଥ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୨୫ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୭୩ ଲକ୍ଷ ୬୭ ହଜାର ୨୩୦ ଡୋଜ ଦିଆଯାଇଥିଲା ।

Comments are closed.