୬ ମାସ ପରେ ପୁଣି ଆରମ୍ଭ ହେବ ଫିଲ୍ମ ଓ ସିରିଏଲ ସୁଟିଂ, କେନ୍ଦ୍ର ଜାରି କଲା ଏସଓପି

ନୂଆଦିଲ୍ଲୀ : ଦେଶରେ ଫିଲ୍ମ ଓ ସିରିଏଲ୍ ସୁଟିଂ ପୁଣି ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ଫିଲ୍ମ ଓ ସିରିଏଲ ସୁଟିଂ ପୁଣି ଆରମ୍ଭ ହେବ । ହେଲେ ସାମାଜିକ ଦୂରତା ନିୟମ କଡାକଡି ଭାବେ ପାଳନ ହେବ ବୋଲି ସୂତନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଊଡେକର କହିଛନ୍ତି । ପ୍ରାୟ ୬ ମାସ ଧରି ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ ରହିଥିଲା । କିଛି ରାଜ୍ୟରେ ଅନୁମତି ମିଳିଲା ପରେ ସୁଟିଂ ଆରମ୍ଭ ହୋଇଥିଲା । ଏବେ କିନ୍ତୁ ଏଥିପାଇଁ ଏସଓପି ପ୍ରସ୍ତୁତ ହୋଇଛି ଓ ସେହି ଅନୁସାରେ ସୁଟିଂ ଆରମ୍ଭ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି । ସୁଟିଂ ବେଳେ ଅଭିନୟ କରୁଥିବା କଳାକାରମାନେ ମାସ୍କ ପିନ୍ଧିବେ ନାହିଁ । କିନ୍ତୁ ଅନ୍ୟମାନଙ୍କୁ ମାସ୍କ ପିନ୍ଧିବାକୁ ପଡିବ ।

ଏସଓପିରେ ଉଲ୍ଲେଖ ରହିଛି ଯେ, ସୁଟିଂ ବେଳେ କପଡା, ମେକଅପ୍ ଆଇଟମର ଅଦଳବଦଳ ଯଥାସମ୍ଭବ କମ୍ ହେବା ଦରକାର । ସୁଟିଂ ସେଟରେ କମ୍ ସଂଖ୍ୟକ କାଷ୍ଟ ଓ କ୍ରିଉ ମେମ୍ବର ରହିବା ଦରକାର । ମେକଅପ ଆର୍ଟିଷ୍ଟ ଓ ହେୟାର ଷ୍ଟାଇଲିଷ୍ଟମାନଙ୍କୁ ପିପିଇ କିଟ୍ ବ୍ୟବହାର କରିବା ପାଇଁ କୁହାଯାଇଛି । ଗ୍ଲୋଭସ ପିନ୍ଧି ସଂରଜାମ ସବୁ ବ୍ୟବହାର କରିବାକୁ ପଡିବ । କୋରୋନା ସଂକଟକୁ ଦେଖି ୬ ମାସ ତଳେ ଫିଲ୍ମ ଓ ସିରିଏଲର ସୁଟିଂ ଉପରେ ରୋକ୍ ଲଗାଇଥିଲେ କେନ୍ଦ୍ର ସରକାର ।

Comments are closed.