ଭିନ୍ନକ୍ଷମ ବାଳକକୁ ବିମାନ ଯାତ୍ରାରୁ ବଞ୍ଚିତ କରିଥିବା ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଭିନ୍ନକ୍ଷମ ବାଳକକୁ ବିମାନ ଯାତ୍ରା ପାଇଁ ଅନୁମତି ନ ଦେବା ଘରୋଇ ଏୟାରଲାଇନ ଇଣ୍ଡିଗୋକୁ ପଡ଼ିଲା ମହଙ୍ଗା ‌। ଏଥିପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଜରିମାନା କରିଛି। ଚଳିତ ମାସ ପ୍ରାରମ୍ଭରେ ରାଞ୍ଚି ବିମାନବନ୍ଦରରେ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବିମାନରେ ଚଢ଼ିବାକୁ ଜଣେ ଭିନ୍ନକ୍ଷମ ବାଳକକୁ ବାରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ପ୍ରତିବାଦରେ ବାଳକର ପିତାମାତା ମଧ୍ୟ ଉକ୍ତ ବିମାନରେ ନ ଯିବାକୁ ନିଷ୍ପତ୍ତି ନେଇଥିଲେ। ରାଞ୍ଚି ବିମାନବନ୍ଦରରେ ରାଞ୍ଚି-ହାଇଦ୍ରାବାଦ ବିମାନରେ ବସିବା ବନ୍ଦ ହେବା ପରେ ଇଣ୍ଡିଗୋକୁ କୁହାଯାଇଛି ଯେ ପିଲାଟି ଭୟଭୀତ ହୋଇଛି।

ବିମାନ ଯାତ୍ରା ପାଇଁ ଦେଶର ସର୍ବୋଚ୍ଚ ନିୟନ୍ତ୍ରକ ଡିଜିସିଏ କହିଛି, ଅନୁସନ୍ଧାନରୁ ଜଣାପଡିଛି ଯେ ଇଣ୍ଡିଗୋର ଗ୍ରାଉଣ୍ଡ କର୍ମଚାରୀ ଭିନ୍ନକ୍ଷମ ପିଲାଟିକୁ ବିମାନରେ ପ୍ରବେଶ କରିବାକୁ ନଦେଇ ପରିସ୍ଥିତିକୁ ଅଧିକ ସମ୍ବେଦନଶୀଳ ଏବଂ କଷ୍ଟସାଧ୍ୟ କରି ଦେଇଥିଲେ । ଏହା ଡିଜିସିଏ ଗାଇଡ ଲାଇନର ଉଲ୍ଲଂଘନ। ବିମାନ କର୍ମଚାରୀ ଯାତ୍ରୀଙ୍କ ଅସୁବିଧା ପ୍ରତି ଯତ୍ନଶୀଳ ହେବା ଉଚିତ ।

ମେ ୮ରେ ଗଣମାଧ୍ୟମରେ ଏହି ଘଟଣା ସାମ୍ନାକୁ ଆସିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ଏଥିରେ ହସ୍ତକ୍ଷେପ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ସେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ | ଇଣ୍ଡିଆଗୋ କର୍ମଚାରୀ ନିୟମ ଉଲ୍ଲଂଘନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଇଣ୍ଡିଗୋ ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

Comments are closed.