କେରଳ ଓ ମହାରାଷ୍ଟ୍ର ସମେତ ପାଞ୍ଚ ରାଜ୍ୟରେ ବଢୁଛି କରୋନାର ନୂଆ ମାମଲା

ନୂଆଦିଲ୍ଲୀ – କେରଳ, ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ କୋଭିଡ -୧୯ ର ନୂଆ ମାମଲା ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେଯେ ଗତ ସାତ ଦିନ ମଧ୍ୟରେ ଛତିଶଗଡରେ ଦୈନିକ କରୋନା ମାମଲା ବୃଦ୍ଧି ପାଇଛି। ଗତ ୨୫ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୫୯ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି କେରଳରେ ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଗତ ଏକ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ମଧ୍ୟ କରୋନା ଗ୍ରାଫ୍ ଉପର ମୁହାଁ ହୋଇଛି। ଏହାଦ୍ୱାରା ଦେଶରେ କରୋନାର ନୂଆ ମାମଲା ମଧ୍ୟ ବୃଦ୍ଧି ପାଇଛି ।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କୋଭିଡ-୧୯ ର ୬,୧୧୨ ଟି ନୂଆ ମାମଲା ରେକର୍ଡ କରାଯାଇଛି। ମହାରାଷ୍ଟ୍ର ପରି ପଞ୍ଜାବରେ ଦୈନିକ ମାମଲା ବୃଦ୍ଧି ପାଉଛି । ପଞ୍ଜାବରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୩ଟି ନୂଆ ମାମଲା ଚିହ୍ନଟ ହୋଇଛି। ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଫେବୃଆରୀ ୧୩ରୁ ମଧ୍ୟପ୍ରଦେଶରେ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୯୭ଟି ନୂଆ ମାମଲା ଆସିଛି।

କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଏବଂ ଏହାର ପ୍ରସାର ରୋକିବା ପାଇଁ ଉପଯୁକ୍ତ ଆଚରଣ ଗ୍ରହଣ କରାଯିବା ଆବଶ୍ୟକ।

କେବଳ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଏବଂ କେରଳରେ କୋଭିଡ-୧୯ ର ୭୫.୮୭ ପ୍ରତିଶତ ସକ୍ରିୟ ମାମଲା ରହିଛି।

Comments are closed.