ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଭବନର ଉଦଘାଟନ ପାଇଁ ନିମନ୍ତ୍ରଣ ନ କରାଯିବା ନେଇ ମୋଦୀ ସରକାରଙ୍କୁ ଖଡ଼ଗେଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଏବଂ ପୂର୍ବତନ ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଭବନର ଉଦଘାଟନକୁ ନିମନ୍ତ୍ରଣ ନ କରିବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ମୋଦୀ ସରକାର ବାରମ୍ବାର ଏଭଳି ମର୍ଯ୍ୟାଦା ଉଲ୍ଲଂଘନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଖଡ଼ଗେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ସଂସଦ ଗୃହର ଉଦଘାଟନକୁ କଂଗ୍ରେସ ଦଳ ବିରୋଧ କରୁଛି।

ଖଡ଼ଗେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଆରଏସ୍ଏସ୍ ବିଚାରଧାରା ଅନୁଯାୟୀ ବିଜେପି ସରକାର ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ କେବଳ ପ୍ରତୀକାତ୍ମକ କରିଦେଇଛନ୍ତି । ମୋଦୀ ସରକାର କେବଳ ନିର୍ବାଚନୀ ଫାଇଦା ପାଇଁ ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ରାଷ୍ଟ୍ରପତିଙ୍କୁ ମନୋନୀତ କରୁଛନ୍ତିି।

ଖଡ଼ଗେ କହିଛନ୍ତି- ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ଭାରତର ପ୍ରଥମ ନାଗରିକ। ସେ ନୂଆ ସଂସଦ ଗୃହର ଉଦଘାଟନ କରିବା ଉଚିତ। କିନ୍ତୁ ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଗୃହର ଉଦଘାଟନ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନାହିଁ ।
କଂଗ୍ରେସ ସଭାପତି ଟ୍ୱିଟ୍ କରି କହିଛନ୍ତି ଯେ ମୋଦୀ ସରକାର ବାରମ୍ବାର ପଦମର୍ଯ୍ୟାଦାର ଅସମ୍ମାନ କରୁଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ବିଜେପି-ଆରଏସ୍ଏସ଼ ସରକାର ଅମଳରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କେବଳ ପ୍ରତୀକରେ ସୀମିତ ରହିଯାଇଛି ।

ଅନେକ ବିରୋଧୀଦଳ ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ନୂଆ ସଂସଦ ଗୃହ ଭବନକୁ ଉଦଘାଟନ କରନ୍ତୁ ବୋଲି ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ୨୮ରେ ନୂଆ ସଂସଦ ଗୃହର ଉଦଘାଟନ ହେବ । ଏଥିପାଇଁ ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି।

Comments are closed.