ରିଲାଏନ୍ସ ଜିଓ ବୋର୍ଡରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା, ପୁଅ ଆକାଶ ହେଲେ ନୂଆ ଚେୟାରମ୍ୟାନ୍

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମଙ୍ଗଳବାର ରିଲାଏନ୍ସ ଗ୍ରୁପର ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓରୁ ଇସ୍ତଫା ଦେଇଛନ୍ତି।

ସୂଚନା ଅନୁଯାୟୀ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓ ବୋର୍ଡରୁ ଇସ୍ତଫା ଦେଇଛନ୍ତି । ମୁକେଶ ଅମ୍ବାନୀ ଙ୍କ ସ୍ଥାନରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଅଧ୍ୟକ୍ଷ କରାଯାଇଛି।

ଆକାଶ ୨୦୦୯ ମସିହାରେ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ଆଇବି ଡିପ୍ଲୋମା ପ୍ରୋଗ୍ରାମ ସମାପ୍ତ କରିଛନ୍ତି | ଏହା ପରେ ୨୦୧୩ରେ ସେ ଆମେରିକାର ବ୍ରାଉନ୍ ୟୁନିଭରସିଟିରୁ ବିଜିନେସ୍-କମର୍ସରେ ଗ୍ରାଜୁଏସନ୍ କରିଥିଲେ |

ପାଠପଢ଼ା ସରିବା ପରେ ଆକାଶ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡରେ କାମ କରିଥିଲେ ଯାହା ରିଲାଏନ୍ସର ୪ଜି ୟୁନିଟ୍ ଏବଂ ରିଲାଏନ୍ସ ଫୋକସର ନୂଆ କେନ୍ଦ୍ର |

ଆକାଶ ପିଲାଦିନରୁ ଟେକ୍ନୋଲୋଜି ପ୍ରତି ଆଗ୍ରହୀ ଥିଲେ ଏବଂ ଜିଓର ମେସେଜିଂ / ଚାଟ୍ ପ୍ରଡକ୍ଟ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସେବା ଆପ୍ଲିକେସନ୍ ବିକାଶରେ ଜଡିତ ଥିଲେ |

ଆକାଶ ହୀରା ବ୍ୟବସାୟୀ ରସେଲ ମେହେଟ୍ଟାଙ୍କ ସାନ ଝିଅ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିଛନ୍ତି।

Comments are closed.