ମୁମ୍ବାଇ ସାଇବର ସେଲର ଇ-ମେଲ୍ ଆଇଡି ହ୍ୟାକ୍ କଲେ ପାକିସ୍ତାନୀ ହ୍ୟାକର୍

ମୁମ୍ବାଇ: ପାକିସ୍ତାନୀ ହ୍ୟାକରମାନେ ମୁମ୍ବାଇର ଇଷ୍ଟ ସାଇବର ଡିଭିଜନର ଇମେଲ ଆଇଡି ହ୍ୟାକ୍ କରିଛନ୍ତି। ହ୍ୟାକିଂ ପରେ ତଥ୍ୟ ଚୋରି କରିବାକୁ ଚେଷ୍ଟା କରାଯାଇଛି। ଏହି ଇମେଲ ଆଇଡିରୁ ବାକି ପୋଲିସକୁ ଫିସିଂ ମେଲ ପଠାଯାଉଛି, ଯାହା ମାଧ୍ୟମରେ ତଥ୍ୟ ଚୋରି କରିବାକୁ ଚେଷ୍ଟା କରାଯାଇଥିଲା। ଏହି ହ୍ୟାକିଂ ପରେ ମହାରାଷ୍ଟ୍ର ସାଇବର ବିଭାଗ ରାଜ୍ୟର ସମସ୍ତ ପୋଲିସ କମିଶନର ଏବଂ ପୋଲିସ ଅଧୀକ୍ଷକଙ୍କୁ ଏ ବାବଦରେ ଏଭଳି ଇମେଲ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛି।

ପାକିସ୍ତାନୀ ହ୍ୟାକରମାନେ ଏକ ଗୁପ୍ତ ପିଡିଏଫ୍ ରିପୋର୍ଟ ଫାଇଲ ଜରିଆରେ ଇମେଲ୍ ପଠାନ୍ତି | ଏହି ଫାଇଲ୍ ଡାଉନଲୋଡ୍ କରିବା ମାତ୍ରେ ଡାଟା ଚୋରି ହୋଇଯାଏ | ମହାରାଷ୍ଟ୍ର ସାଇବର ବିଭାଗ ରାଜ୍ୟର ସମସ୍ତ ପୋଲିସ କମିଶନର ଏବଂ ପୋଲିସ ଅଧୀକ୍ଷକଙ୍କୁ ଏଭଳି ଇମେଲ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.