ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ପବିତ୍ର ଶ୍ରୀଗଣେଶ ଚତୁର୍ଥୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ଅବସରରେ ରାଜ୍ୟର ଲୋକଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭଗବାନ ଗଣେଶଙ୍କ ଆର୍ଶୀବାଦ ରେ ମାନବ ଜାତି କୋଭିଡ ମହାମାରୀ ବିରୋଧରେ ବିଜୟ ପ୍ରାପ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

କୋଭିଡ-୧୯ ମହାମାରୀ ଯୋଗୁଁ ରାଜ୍ୟରେ ଗଣେଶ ପୂଜା ପାଳନ ପାଇଁ କଟକଣା ଜାରି କରାଯାଇଛି । କେବଳ ମନ୍ଦିରଗୁଡିକରେ ବିଧି ଅନୁଯାୟୀ ବିନାୟକଙ୍କ ପୂଜା କରାଯିବ । ମଣ୍ଡପରେ ବିଘ୍ନ ବିନାଶନଙ୍କ ପୂଜାକୁ ବାରଣ କରାଯାଇଛି ।

Comments are closed.