ଓଡିଶାର ଦୁଇ ଶିକ୍ଷକଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର : ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ଦୁଇ ଜଣ ଶିକ୍ଷକ ଏଥର ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତି । ଶିକ୍ଷକତା ପାଇଁ ଏ ବର୍ଷ ସାରାଦେଶର ୪୭ ଜଣ ଶିକ୍ଷକ ପୁରସ୍କୃତ ହେବେ । ଆସନ୍ତାମାସ ୫ ତାରିଖରେ ଗୁରୁ ଦିବସରେ ମନୋନୀତ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ ।

ଏଥର ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବସନ୍ତ କୁମାର ସାହୁ ବର୍ତମାନ ବୌଦ୍ଧ ଜିଲ୍ଲା ହରଭଙ୍ଗାର ସରସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱରେ ଅଛନ୍ତି । ପୁରସ୍କାର ପାଇଁ ବିବେଚିତ ହୋଇଥିବା ତାପସ କୁମାର ମହାନ୍ତି ଭୁବନେଶ୍ୱରର ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ।

Comments are closed.