କୋରାପୁଟରେ ଉଦଘାଟିତ ହେଲା ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ୍‌, ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋରୋନା ବିରୋଧୀ ଲଢେଇରେ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । କୋରାପୁଟରେ ଉଦଘାଟିତ ହୋଇଛି ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏହି ଷଷ୍ଠ ପ୍ଲାଜମା ବ୍ୟାଙ୍କ ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କରିଛନ୍ତି । କୋରାପୁଟର ସହିଦ ଲକ୍ଷ୍‌ମଣ ନାୟକ ମେଡିକାଲ କଲେଜରେ ପ୍ରତିଷ୍ଠା କରାଯାଇଛି ପ୍ଲାଜମା ବ୍ୟାଙ୍କ୍ ।

କୋରାପୁଟରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଗତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ଲାଜମା ଥେରାପିର ସଫଳତା ହାର ଅଧିକ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

କଟକର ବଡ ମେଡିକାଲ, ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ, ବ୍ରହ୍ମପୁରର ଏମକେସିଜି ଓ ରାଉରକେଲାର ଇସ୍ପାତ ଜେନେରାଲ ହସପିଟାଲ, ବୁର୍ଲା ଭିଏସଏସ୍ ହସପିଟାଲରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି ।

Comments are closed.