ନିଟ୍‌, ଜେଇଇ ସ୍ଥଗିତ ରଖିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ନିଟ୍ ଓ ଜେଇଇ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । କୋରୋନା ମହାମାରୀ ଯୋଗୁଁ ପରୀକ୍ଷା କେନ୍ଦ୍ରକୁ ଯିବା ନିରାପଦ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏଥିସହିତ ବିଭିନ୍ନ ଜିଲ୍ଲାରେ ସଟଡାଉନ ଓ ଲକଡାଉନ ଥିବାରୁ ପରୀକ୍ଷା କେନ୍ଦ୍ରକୁ ଯିବାରେ ଛାତ୍ରଛାତ୍ରୀଙ୍କୁ ଅସୁବିଧ ହେବ । ଓଡିଶା ଏକ ଆଦିବାସୀ ରାଜ୍ୟ ହୋଇଥିବାରୁ ଦୂରଦୂରାନ୍ତରୁ ପିଲା ଆସିଥାନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଏନଟିଏକୁ ନିର୍ଦ୍ଦେଶ ଦେବା ପାଇଁ ନବୀନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ କହିଛନ୍ତି ।

Comments are closed.