ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଘର ଯୋଗାଇ ଦେବାକୁ ପିଏମଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ୨୦୧୯ରେ ବାତ୍ୟା ଫନିରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଘର ଯୋଗାଇଦେବା ପାଇଁ ବିଚାର କରିବାକୁ ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଫନି ପ୍ରଭାବିତ ୧୪ଟି ଜିଲ୍ଲାର ୭ ଦଶମିକ ୮୭ ଲକ୍ଷ ଘରକୁ ପିଏମଏୱାଇରେ ସାମିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଣ ଫନି ପ୍ରଭାବିତ ୧୬ ଜିଲ୍ଲାର ୬ ଦଶମିକ ୦୭ ଲକ୍ଷ ଘରକୁ ପିଏମୱାଇ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ଆବସ ଯୋଜନାରୁ ବାଦ ପଡିଥିବା ୬ ଦଶମିକ ୦୭ ଲକ୍ଷ ଲୋକଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସେ ଚିଠି ଲେଖିଛନ୍ତି ।

Comments are closed.