ପରୀ ମୃତ୍ୟୁ ମାମଲାରେ ତଦନ୍ତ ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ କଲା ଏସଆଇଟି

କଟକ- ବହୁଚର୍ଚ୍ଚିତ ନୟାଗଡ ପରୀ ମୃତ୍ୟୁ ମାମଲାରେ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ଏସଆଇଟି । ରିପୋର୍ଟକୁ ବନ୍ଦ ଲଫାପାରେ ସୁରକ୍ଷିତ ଭାବେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତୀ ଶୁଣାଣ୍ ହେବ । ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧିନ ୫ ଜଣିଆ ଏସଆଇଟି ଏହି ମାମଲାର ତଦନ୍ତ କରୁଛି । ହାଇକୋର୍ଟଙ୍କ ତଦାରଖରେ ଚାଲିଛି ତଦନ୍ତ । ଗତ ୪ ତାରିଖରେ ମାମଲାର ଶୁଣାଣି କରି ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ପରୀର ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

Comments are closed.