ନୟାଗଡ ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ଏସଆଇଟି, କାଲି ପୋକ୍ସୋ କୋର୍ଟ ଚାଲାଣ

ଭୁବନେଶ୍ୱର- ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ଗାଁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଯଦୁପୁର ଗାଁର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । କିନ୍ତୁ ଅଭିଯୁକ୍ତର ନାଁ ପ୍ରକାଶ କରାଯାଇନାହିଁ । ସୋମବାର ତାକୁ ନୟାଗଡର ପୋକ୍ସୋ କୋର୍ଟକୁ ଚାଲାଣ କରାଯିବ । ଏସଆଇଟି ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାମଲାର ତଦନ୍ତ ଜାରି ରହିଥିବା ନେଇ ଏସଆଇଟି କହିଛି । ଗିରଫ ଅଭିଯୁକ୍ତ ବିରୋଧରେ ଆଇପିସି ୩୬୪, ୩୦୨ ଓ ୨୦୧ରେ ମାମଲା ରୁଜୁ ହୋଇଛି । ୩୭୬-ଏ, ୩୭୬-ଏବିରେ ମଧ୍ୟ ମାମଲା ରୁଜୁ ହୋଇଛି । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ମାମଲାର ତଦନ୍ତ କରୁଛି ଏସଆଇଟି । ହାଇକୋର୍ଟଙ୍କ ତଦାରଖରେ ମାମଲାର ତଦନ୍ତ ଚାଲିଛି । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ବୋଲି ହାଇକୋର୍ଟରେ ଦାଖଲ କରିଥିବା ତଦନ୍ତର ଅଗ୍ରଗତି ରିପୋର୍ଟରେ ଦର୍ଶାଇଥିଲା ଏସଆଇଟି । ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ କୋର୍ଟ ତଦାରଖରେ ଏସଆଇଟି ତଦନ୍ତ ଲାଗି ରାଜ୍ୟ ସରକାର ନିଷ୍ପତି ନେଇଥିଲେ ।

 

Comments are closed.