ବଳାତ୍କାର ମାମଲାରେ ଗିରଫ ହେଲେ ଏହି ଆଇପିଏଲ୍ ଖେଳାଳି

କାଠମାଣ୍ଡୁ: ଏକ ବଳାତ୍କାର ମାମଲାରେ ନେପାଳର ଆଇପିଏଲ ଖେଳାଳି ସନ୍ଦୀପ ଲାମିଛାନେଙ୍କୁ ଗୁରୁବାର ସକାଳେ କାଠମାଣ୍ଡୁ ବିମାନବନ୍ଦରରୁ ଗିରଫ କରାଯାଇଛି । ଲାମିଛାନେ ହେଉଛନ୍ତି ନେପାଳର କ୍ରିକେଟ ଦଳର ପୂର୍ବତନ ଅଧିନାୟକ।

ନେପାଳ ପୋଲିସର ମୁଖପାତ୍ର ଟେକ୍ ପ୍ରସାଦ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ କାତାର ଏୟାରୱେଜର ଏକ ଫ୍ଲାଇଟରେ ପହଞ୍ଚିବା ପରେ ଲାମିଛାନେଙ୍କୁ କାଠମାଣ୍ଡୁର ତ୍ରିବୁଭନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ଆସନ୍ତା ରବିବାର ଲାମିଛାନେଙ୍କୁ କୋର୍ଟରେ ହାଜର କରାଯିବ ।

ନେପାଳ ପୋଲିସ କହିଛି ଯେ ସେ ଲାମିଛାନେଙ୍କ ବିରୋଧରେ ଜଣେ ନାବାଳିକା ବଳାତ୍କାର ଅଭିଯୋଗ କରିଥିଲେ । ଏହା ପରଠାରୁ ଗିରଫ ଭୟରେ ସେ ଫେରାର ହୋଇଯାଇଥିଲେ । କାଠମାଣ୍ଡୁ ଜିଲ୍ଲା କୋର୍ଟ ଅଗଷ୍ଟ ୨୩ରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ।

୨୦୧୮ରେ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ମନୋନୀତ ହେବା ପରଠାରୁ ସନ୍ଦୀପ ଲାମିଛାନେ ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିଲେ । ନେପାଳର ପ୍ରଥମ କ୍ରିକେଟର ଭାବେ ଲାମିଛାନେ ଆଇପିଏଲରେ ଖେଳିବାରେ ଗୌରବ ଅର୍ଜନ କରିଥିଲେ । ଗତ କିଛି ଦିନ ହେବ ସେ ଜାମାଇକାରେ କାରିବିଆନ୍ ପ୍ରିମିୟର ଲିଗ୍ ଖେଳୁଥିଲେ।

Comments are closed.