ପଞ୍ଜାବକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ, ଡିସେମ୍ବର ପହିଲାରୁ ଲାଗୁ

ଚଣ୍ଡିଗଡ଼ – କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟରେ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତିି । ଡିସେମ୍ବର ୧ରୁ ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କଫ୍ରୁ୍ୟ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି । ସବୁ ଦୋକାନ, ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ରାତି ସାଢ଼େ ୯ଟା ପରେ ବନ୍ଦ ହେବ ।

ଡିସେମ୍ବର ୧ରୁ ପନ୍ଦର ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତ୍ରିକାଳୀନ କଫ୍ରୁ୍ୟ ଜାରି କରାଯିବ । ଏହାପରେ ସ୍ଥିତିର ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପଞ୍ଜାବ ସରକାର କହିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ଅମରିନ୍ଦର ସିଂ ସରକାର କୋଭିଡ୍ ନିୟମ ମଧ୍ୟ କଡ଼ାକଡ଼ି କରିଛନ୍ତି । କୋଭିଡ୍ ନିୟମ ଭାଙ୍ଗିଲେ ଦିଗୁଣା ଜରିମାନ ଦେବାକୁ ପଡିବ । ମାସ୍କ ନ ପିନ୍ଧିଲେ ୫୦୦ ପରିବର୍ତ୍ତେ ଏଣିକିି ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ।

ପଞ୍ଜାବରେ ଏବେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହୋଇଛି । ରାଜ୍ୟରେ ଏଯାବତ ମୋଟ ମାମଲା ୧,୪୭,୬୬୫କୁ ବୃଦ୍ଧି ପାଇଥିବା ବେଳେ ୬୦୦୦ରୁ ଊର୍ଦ୍ଧ୍ୱ ସକ୍ରିୟ ମାମଲା ରହିଛି ।

Comments are closed.