ଅନଲାଇନରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗ:  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଅନଲାଇନ ଆମାଜନ ଇଣ୍ଡିଆରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । କାହା ଅନୁମତିରେ କମ୍ପାନୀ ନିର୍ମାଲ୍ୟ ବିକ୍ରି କରୁଥିବା ବୋଲି ଏତଲା ଦିଆଯାଇଛି । ଏହା ବ୍ୟତିତ ଅନଲାଇନରେ ନିର୍ମାଲ୍ୟ ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ସୁଆର ମହାସୁଆର, ଛାମୁଖୁଣ୍ଟିଆ ସେବାୟତଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା

Comments are closed.