ଆକାଶ ପାଠକଙ୍କ ବ୍ୟାଙ୍କ ଖାତାରେ ୧୪ କୋଟି ଟଙ୍କା ଜମା ନେଇ ତଦନ୍ତ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର- ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ଆର୍ଥିକ କାରବାର ସଂପର୍କରେ ତଦନ୍ତ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି । ଘରୋଇ ବ୍ୟାଙ୍କରେ ଆକାଶ ପାଠକଙ୍କ ତିନିଟି ଆକାଉଂଟରେ ଥିବା ୧୪ କୋଟି ୭୭ ଲକ୍ଷ ଟଙ୍କା କିଏ ଜମା କରିଛି ଓ କେଉଁଠାରୁ ଏହି ଟଙ୍କା ଆସିଛି,ତାହାର ତଦନ୍ତ କରିବ ଇଡି । ଏଥିପାଇଁ ପାଠକ ବାପା-ପୁଅଙ୍କୁ ଇଡି ଜେରା କରିବ ।

ଭିିଜିଲାନଓ ଚିଠି ପାଇବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ଇଡି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ୱାଇଁ ଆକାଶଙ୍କ ଆକାଉଂଟରେ ୯ କୋଟି ୪୮ ଲକ୍ଷ ଟଙ୍କା ସିଧାସଳଖ ଜମା ହୋଇଥିବା ବେଳେ ୫ କୋଟି ୨୯ ଲକ୍ଷ ଟଙ୍କା ଆକାଉଂଟକୁ ଟ୍ରାନ୍ସଫର ହୋଇଛି ।

ଏତେ ପରିମାଣରେ ଟଙ୍କା ଜମା ହୋଇଥିଲେ ମଧ୍ୟ ଟଙ୍କାଟିଏ ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି ଆକାଶ, ଯିଏ କି ନିଜକୁ ଟାଟା ମୋଟର୍ସର ଏମଡି ବୋଲାଉଥିଲେ । ଚଢାଉ ବେଳେ ଏସବୁ କଥା ପଦାରେ ପଡିଲା ପରେ ଆର୍ଥିକ କାରବାରର ଖୋଳତାଡ କରିବା ଲାଗି ଇଡି ଓ ଆୟକର ବିଭାଗକୁ ଚିଠି ଲେଖିଥିଲା ଭିଜିଲାନ୍ସ ବିଭାଗ ।

Comments are closed.