ଉତ୍ତର କୋରିଆରେ ପ୍ରଥମ କରୋନା ମାମଲା ଚିହ୍ନଟ, ସାରାଦେଶରେ ଲାଗିଲା ଲକଡାଉନ୍

ବେଜିଂ: ଉତ୍ତର କୋରିଆରେ ପ୍ରଥମ ଥର ପାଇଁ କରୋନା ମାମଲା ରିପୋର୍ଟ ହୋଇଛି ।

ସରକାରୀ ସ୍ତରରେ ସଂକ୍ରମଣ ନିଶ୍ଚିତ ହେବା ପରେ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଦେଶର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦେଶର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ଏକ ମାମଲା ଚିହ୍ନଟ ହୋଇଛି। ତେବେ କେତେ ଲୋକ ସଂକ୍ରମିତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରଥମ ଥର ପାଇଁ ଉତ୍ତର କୋରିଆରୁ କରୋନା ମାମଲା ମିଳିଛି ବୋଲି କୁହାଯାଉଥିଲେ ମଧ୍ୟ ଏହି ଦେଶ ପୂର୍ବରୁ କୋଭିଡ୍-୧୯ରୁ ମୁକ୍ତ ଥିଲା ବୋଲି କୁହାଯାଇ ପାରିବନାହିଁ ।

ଉତ୍ତର କୋରିଆ ସରକାର ଦେଶରେ କୋଭିଡ ଟିକାକରଣ ଆଦୌ ଆରମ୍ଭ କରିନାହାନ୍ତି। ଚୀନ ନିର୍ମିତ ଟିକା ସିନୋଭାକ୍ ଏବଂ ରୁଷରେ ନିର୍ମିତ ଆଷ୍ଟ୍ରାଜେନେକା ଟିକା ପ୍ରସ୍ତାବକୁ ମଧ୍ୟ ଉତ୍ତର କୋରିଆ ପ୍ରତ୍ୟାଖ୍ୟାନ କରିଛି।

ଉତ୍ତର କୋରିଆ କରୋନା ମହାମାରୀଠାରୁ ଦୂରରେ ରହିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଥମ ପଦକ୍ଷେପ ଥିଲା ଏହାର ସୀମା ବନ୍ଦ କରିବା |

ମହାମାରୀର ଆରମ୍ଭରୁ ଉତ୍ତର କୋରିଆ ଏହାର ସୀମା ବନ୍ଦ କରି ଦେଇଥିଲା। ଏହି କାରଣରୁ ଦେଶକୁ ଗୁରୁତର ଆର୍ଥିକ ସ୍ଥିତିର ସାମ୍ନା କରିବାକୁ ପଡିଥିଲା। ସୀମା ବନ୍ଦ ଯୋଗୁଁ ଖାଦ୍ୟ ଶସ୍ୟ ଯୋଗାଣ ବନ୍ଦ ହୋଇଯାଇଥିଲା।

ପଡୋଶୀ ଦକ୍ଷିଣ କୋରିଆ ଏବଂ ଚୀନରେ କରୋନାର ଲହର ଚାଲିଥିବା ବେଳେ ଉତ୍ତର କୋରିଆରେ କିପରି କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି ବିଶେଷଜ୍ଞ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ।

Comments are closed.