ରାଜ୍ୟରେ ୧ ହଜାର ୯୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ବହୁଦିନ ପରେ କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ରୁ କମ୍

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୧ ଶହ ତଳକୁ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ହଜାର ୯୬ ନୂଆ ଆକ୍ରାନ୍ତ । ସଂଗରୋଧରୁ ୬୩୭ ଓ ସ୍ଥାନୀୟ ଅଂଚଳରୁ ୪୫୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୭୭, ଯାଜପୁରରୁ ୬୮, ଜଗତସିଂହପୁରରୁ ୫୮, ପୁରୀରୁ ୪୮, ଅନୁଗୁଳରୁ ୪୦, କେନ୍ଦ୍ରାପଡାରୁ ୩୬, ମୟୂରଭଞ୍ଜରୁ ୩୨, ନୟାଗଡରୁ ୨୯, ଭଦ୍ରକରୁ ୨୧, ସୁନ୍ଦରଗଡରୁ ୨୦, କନ୍ଧମାଳରୁ ୧୭, କେନ୍ଦୁଝରରୁ ୧୩, ବରଗଡରୁ ୧୧, ଢେଙ୍କାନାଳରୁ ୯, ସମ୍ବଲପୁରରୁ ୮, କୋରାପୁଟରୁ ୭, ରାୟଗଡାରୁ ୬, ଗଞ୍ଜାମରୁ ୫, ଝାରସୁଗୁଡାରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି, ମାଲକାନଗିରିରୁ ୪ ଜଣ ଲେଖାଏଁ , କଳାହାଣ୍ଡିରୁ ୩ ଏବଂ ନୂଆପଡା ଓ ସୋନପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୮୨୭କୁ ବୃଦ୍ଧି ପାଇଛି । ଏଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୬ ହଜାର ୯୨୮ । ୧୨ ହଜାର ୪୮୦ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.