କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ, ୬ ଗିରଫ

କଟକ- ରାଜ୍ୟରେ ଧଳା ଜହରର କାରବାର ଥମିବାର ନାଁ ନେଉନାହିଁ । କୋରୋନା କାଳରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଛି । ଆଜି କଟକରୁ ୧ କିଲୋଗ୍ରାମ ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ ।

ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ପଠାଇବା ଲାଗି ଯୋଜନା ହେଉଥିଲା ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଗତ ୫ ମାସରେ କଟକରୁ ୪ କେଜି ୨୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ବାଲେଶ୍ୱର ବ୍ରାଉନସୁଗାର କାରବାରର ମୁଖ୍ୟ ଆଡ୍ଡା ପାଲଟିଛି । ସେଠାରୁ ବିଭିନ୍ନ ସ୍ଥାନକୁ ବ୍ରାଉନସୁଗାର ଚାଲାଣ ହେଉଛି ।

Comments are closed.