ବଢିଲା ଯୁକ୍ତ ଦୁଇ କଲେଜ ସିଟ୍ ସଂଖ୍ୟା, ଅଗଷ୍ଟ ୧୨ରୁ ନାମଲେଖା ଆବେଦନ

ଭୁବନେଶ୍ୱର- ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ଆବେଦନ । ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଆବେଦନ କରିପାରିବେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ ୫୪ ହଜାର ୯ ଶହ ସିଟ୍ ବୃଦ୍ଧି କରାଯାଇଛି । କଳାରେ ସିଟ୍ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ମଧ୍ୟକୁ ୩୮ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ମିଳିଛି । ବିଜ୍ଞାନରେ ୨୫ ହଜାର ଆବେଦନ ମଧ୍ୟରୁ ୧୩ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ବାଣିଜ୍ୟରେ ୪ ହଜାର ଆବେଦନରୁ ୩ ହଜାର ୯ ଶହ ସିଟ୍ ବୃଦ୍ଧିକୁ ଅନୁମତି ମିଳିଛି ।

Comments are closed.