ଆସନ୍ତାକାଲି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର – ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ । ଏ ସଂପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି । ସିଏଚଏସଇ ୱେବସାଇଟ୍ ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଶନିବାର ଅପରାହ୍ନ ୪ଟାରେ ସିଏଚଏସଇ କାର୍ଯ୍ୟାଳୟରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ । ଚଳିତ ବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ଓ ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିବ । କୋଭିଡର ଦ୍ୱିତୀୟ ପ୍ରବାହ ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷା ହୋଇ ପାରି ନ ଥିଲା । ଦଶମ ଶ୍ରେଣୀ ମାର୍କ ଆଧାରରେ ଫଳାଫଳ ପ୍ରକାଶ ପାଇବ । ପୂର୍ବରୁ ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇସାରିଛି ।

Comments are closed.