ରାଜଧାନୀରେ ପୁଣି ବ୍ରାଉନସୁଗାର ଜବତ

ଭୁବନେଶ୍ୱର – ରାଜଧାନୀରେ ପୁଣି ଥରେ ଜବତ ହୋଇଛି ବ୍ରାଉନସୁଗାର । ୨୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା କମିଶନରେଟ ପୋଲିସ ପ୍ରକାଶ କରିଛି । ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ନଗଦ ୬୦ ହଜାର ଟଙ୍କା ଓ ୨ଟି ବାଇକ ଜବତ ହୋଇଛି । କିଛି ଦିନ ହେବ ରାଜଧାନୀରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ବିଭିନ୍ନ ଅଂଚଳରୁ ବ୍ରାଉନସୁଗାର ଆସି ଏଠାରେ ବିକ୍ରି କରୁଛନ୍ତି ।

Comments are closed.