ମାଲକାନଗିରିରୁ ଆସନ୍ତାକାଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସରେ ଘୋଷଣା କରିଛନ୍ତି । ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ ମାଲକାନଗିରି ଜିଲ୍ଲାରୁ ହେବ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ମାଲକାନଗିରି ଯାଇ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ଯାଉଥିବାରୁ ସ୍ଥାନୀୟ ବିଜେଡି କର୍ମୀ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି । ସ୍ମାର୍ଟ କାର୍ଡ ବଂଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟର କିଛି ବରିଷ୍ଠ ମନ୍ତ୍ରୀ ଓ ୧୦ ଜଣ ନିଗମ ଅଧ୍ୟକ୍ଷ ମଧ୍ୟ ଯୋଗ ଦେବେ । ମାଲକାନଗିରିର ସଂସ୍କୃତି ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଡ ବଂଟନ କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରେ ମୋଟ ୧ ଲକ୍ଷ ୫୫ ହଜାର ୮୨୩ ସ୍ୱାସ୍ଥ୍ୟ କାର୍ଡ ବଂଟନ କରାଯିବ ।

Comments are closed.