ସେପଟେମ୍ବର ପହିଲାରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ଭକ୍ତଙ୍କୁ ଗର୍ଭଗୃହ ପ୍ରବେଶ ମନା

ଭୁବନେଶ୍ୱର- ଆସନ୍ତାମାସ ପହିଲାରୁ ଖୋଲିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର । କୋଭିଡ କଟକଣା ମାନି ଶ୍ରଦ୍ଧାଳୁମାନେ ମନ୍ଦିର ପ୍ରବେଶ କରିପାରିବେ । କୋଭିଡ ଟିକାର ୨ଟିଯାକ ଡୋଜ୍ ନେଇଥିବା ଶ୍ରଦ୍ଧାଳୁମାନେ ହିଁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଭକ୍ତମାନେ ଶ୍ରୀଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଭିତରକୁ ଯାଇପାରିବେ ନାହିଁ ।

ରାଜ୍ୟରେ କୋରୋନା ପ୍ରକୋପ ହ୍ରାସ ପାଉଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତିନେଇଛି ।

Comments are closed.