ରାଜ୍ୟରେ ଆଉ ୬୮ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୬୮ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରୁ ସର୍ବାଧିକ ୧୭, ଜଗତସିଂହପୁର ଜିଲ୍ଲାରୁ ୧୫, ଢେଙ୍କାନାଳରୁ ୯, ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଯାଜପୁର ଜିଲ୍ଲାରୁ ୬, କେନ୍ଦ୍ରାପଡା ଜିଲ୍ଲାରୁ ୪, ବାଲେଶ୍ୱରରୁ ୩ ଓ ପୁରୀ ଜିଲ୍ଲାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭଦ୍ରକ, ଝାରସୁଗୁଡା, କେନ୍ଦୁଝର ଓ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୪୨୬କୁ ବୃଦ୍ଧି ପାଇଛି ।

Comments are closed.