କୋରୋନାର ସମ୍ଭାବ୍ୟ ତୃତୀୟ ଲହର : କ’ଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର – ଯଦି କୋରୋନାର ତୃତୀୟ ଲହର ଆସେ , ତାହା ହେଲେ ସେପଟେମ୍ବର କି ଅକ୍ଟୋବର ମାସରେ ପିକ୍ ପିରିୟଡ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ଡିମଏଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । କୋରୋନାର ତୃତୀୟ ଲହର ଆସିଲେ ରାଜ୍ୟରେ ଦୈନିକ ୧୪ ହଜାର ସଂକ୍ରମିତ ହେବା ଆଶଙ୍କା ରହିଛି । ଦେଶରେ ଦୈନିକ ୪ ଲକ୍ଷ ସଂକ୍ରମଣ ଛୁଇଁପାରେ ।

ଏଣେ ତୃତୀୟ ଲହର ସେତେ ଭୟଙ୍କର ହେବ ନାହିଁ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ନୂଆ ଭାରିଆଂଟ୍ ଆସି ନ ଥିବାରୁ ସଂକ୍ରମଣ ବଢିବା ଆଶଙ୍କା କମ୍ । ଡେଲଟା ଭାରିଆଂଟ୍ ପାଇଁ ଦ୍ୱିତୀୟ ଲହର ଶୀର୍ଷକୁ ଛୁଇଁଥିଲା । ଟିକାକରଣ ହୋଇଥିବାରୁ ସମ୍ଭାବ୍ୟ ତୃତୀୟ ଲହର ଅଧିକ ପ୍ରଭାବ ପକାଇ ନ ପାରେ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

Comments are closed.