ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର –ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସବୁ ଜିଲ୍ଲାପାଳ ଭିସି ଜରିଆରେ ଯୋଗ ଦେଇଛନ୍ତି । ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବୈଠକରେ ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଲା ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ । ବୈଠକରେ ବର୍ଷା ଓ ଖରିଫ ଚାଷର ସ୍ଥିତିର ସମୀକ୍ଷା ହୋଇଛି । ବୈଠକରେ ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନର , ବିଭିନ୍ନ ବିଭାଗର ସଚିବ,ପାଣିପାଗ ନିର୍ଦ୍ଦେଶକ ଓ ଓୟୁଏଟି କୁଳପତି ଉପସ୍ଥିତ ଅଛନ୍ତି ।

Comments are closed.