ବିଜେବି କଲେଜର ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାରପିଟ୍‌, ୧୫ରୁ ଅଧିକ ଆହତ

ଭୁବନେଶ୍ୱର – ବିଜେବି କଲେଜରେ ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ଦୁଇ ହଷ୍ଟେଲର ୧୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ହଷ୍ଟେଲରେ ଭଙ୍ଗାରୁଜା ମଧ୍ୟ ହୋଇଛି । ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛି । ଗତକାଲି କୌଣସି ବ୍ୟକ୍ତିଗତ କଥାକୁ ନେଇ ଆକ୍ରୋଶ ମତଭେଦ ସୃଷ୍ଟି ହୋଇଥିଲା । ପୋଲିସ ଉପସ୍ଥିତିରେ ଏହାର ସମାଧାନ ହୋଇଥିଲା । ହେଲେ ଆଜି ସକାଳେ ଆମ୍ବେଦକର ହଷ୍ଟେଲର ୫୦ରୁ ଅଧିକ ଛାତ୍ର ଖାରବେଳ ହଷ୍ଟେଲକୁ ପଶି ଝରକାକବାଟ ଭଙ୍ଗାରୁଜା କରିବା ଛାତ୍ରମାନଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଥିଲା ।

Comments are closed.