ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡିଶା ପୋଲିସ

ବିଶାଖାପାଟଣା – ଚିଟ୍‌ଫଣ୍ଡ୍ ମାମଲାରେ ସଂପୃକ୍ତି ଅଭିଯୋଗରେ ଆନ୍ଧ୍ର ପ୍ରଦେଶର ଜଣେ ପୂର୍ବତନ ବିଧାୟକ ତଥା ୱାଇଏସଆରସିପି ନେତା ଏମ.ବିଜୟ ପ୍ରସାଦଙ୍କୁ ଗିରଫ କରିଛି ଓଡିଶା ପୋଲିସ । ବିଶାଖାପାଟଣାରୁ କ୍ରାଇବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ କ୍ରାଇମବ୍ରାଂଚ ଇଓଡବ୍ଲୁ ଓ ବିଶାଖାପାଟଣା ପୋଲିସ ମିିଳିତ ଭାବେ ପ୍ରସାଦଙ୍କ ଘରେ ରେଡ୍ କରିଥିଲେ । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜବତ ହୋଇଛି । ୪୫ ଲକ୍ଷ ଟଙ୍କା ବି ଜବତ ହୋଇଛି । ପ୍ରସାଦଙ୍କ ୱେଲଫେୟାର ଗ୍ରୁପ୍ ଅଫ କଂପାନି ବିରୋଧରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ଓଡିଶା, ଆନ୍ଧ୍ର, ଛତିଶଗଡରୁ ଶହ ଶହ ଲୋକଙ୍କଠାରୁ କଂପାନି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ତାଙ୍କୁ ପଚରାଉଚରା ପାଇଁ ଓଡିଶା ଅଣାଯାଉଛି ।

Comments are closed.