ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୫ ଶହରୁ ତଳେ, ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ଶିଶୁ-କିଶୋରଙ୍କ ସଂଖ୍ୟା ୫୭

ଭୁବନେଶ୍ୱର – ଅନେକ ଦିନ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୫ଶହ ତଳେ ରହିଛି । ଗତ ୨୪ ଘଣ୍ଟାରେ କୋରୋନାର ୪୭୧ ନୂଆ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରେ ୫୭ ସଂକ୍ରମିତ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୨୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୬, କଟକରୁ ୮୧, ବାଲେଶ୍ୱରରୁ ୨୬, ଯାଜପୁରରୁ ୨୨, ମୟୂରଭଞ୍ଜରୁ ୨୨, ପୁରୀରୁ ୧୯, ଜଗତସିଂହପୁରରୁ ୧୬, କେନ୍ଦ୍ରାପଡାରୁ ୯,ନୟାଗଡରୁ ୭,ଢେଙ୍କାନାଳରୁ ୫, ଅନୁଗୁଳରୁ ୪, ଭଦ୍ରକରୁ ୪, ଝାରସୁଗୁଡାରୁ ୩, କେନ୍ଦୁଝରରୁ ୩, ମାଲକାନଗିରିରୁ ୨, ବରଗଡରୁ ୨, ଦେବଗଡରୁ ୨, ସମ୍ବଲପୁରରୁ ୧, କନ୍ଧମାଳରୁ ୧, ବଲାଙ୍ଗିରରୁ ୧ ଓ ସୁନ୍ଦରଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୧୬ ହଜାର ୮୩୩ ଲୋକ କୋରୋନା ପଜିଟିଭ ହୋଇସାରିଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨ ହଜାର ୧୨୮ । ୬ ହଜାର ୫୪୮ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି

Comments are closed.