ହୀରାକୁଦର ଆଉ ୬ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ, ଜଳସ୍ତର ୬୨୮ ଫୁଟ ଟପିଲା

ସମ୍ବଲପୁର: ଅବିଶ୍ରାମ ଲଘୁଚାପ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରକୁ ସକାଳ ୯ଟା ସୁଦ୍ଧା ୨ ଲକ୍ଷ୍ୟ ୯୮ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି । ଫଳରେ ଜଳସ୍ତର ୬୨୮.୧୦ ଫୁଟ ଛୁଇଁଲାଣି । ସ୍ଥିତିକୁ ଦେଖି କର୍ତ୍ତୃପକ୍ଷ୍ୟ ଆଉ ୬ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୋଟ୍ ୧୨ ଗେଟ୍ ଦେଇ ପ୍ରାୟ ୨ ଲକ୍ଷ୍ୟ କ୍ୟୁସେକ୍ ପାଣି ନିଷ୍କାସିତ ହେବ । ସେପଟେ ଗତକାଲି ମଧ୍ୟ ରାତି ସାରା ଉପରମୁଣ୍ଡରେ ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ବି ଛତିଶଗଡର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ।

Comments are closed.