ଆଗକୁ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ, ଏହି ମାସ ଶେଷ ସୁଦ୍ଧା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ବନ୍ୟା ଆଶଙ୍କା

ଭୁବନେଶ୍ୱର –ରାଜ୍ୟକୁ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି । କାରଣ ଆଗକୁ ବଙ୍ଗୋପ ସାଗରରେ ଏକାଧିକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏଥିଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷକରି ଛତିଶଗଡ ବର୍ଷା ରାଜ୍ୟ ପାଇଁ ବିପଦ ସାଜିବ । ଏବେ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣରହିଛି । ତଳମୁଣ୍ଡରେ ବଡ ବନ୍ୟାକୁ ଏଡାଇବା ପାଇଁ ହୀରାକୁଗ ଗେଟ୍ ବନ୍ଦ ରଖାଯାଇଛି । ତେଣୁ ଆଗକୁ ଯଦି ବଙ୍ଗୋପସାଗରରେ ଲଘୁଚାପ ଜନିତ ବାରମ୍ବାର ବର୍ଷା ହୁଏ, ତାହା ହେଲେ ରାଜ୍ୟ ପ୍ରତି ବଡ ଆହ୍ୱାନ ସୃଷ୍ଟି ହେବ । ପାଣିପାଗ ବିଶେଷଜ୍ଞଙ୍କ ମତରେ ଏହି ମାସରେ ଆଗପଛ ଦୁଇଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବ । ଏପରିକି ଗୋଟିଏ ଲଘୁଚାପ ଗଭୀର ଅବପାତରେ ବି ପରିଣତ ହୋଇପାରେ । ଏହି ମାସ ଶେଷ ସୁଦ୍ଧା ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିିଛି ।

Comments are closed.