ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର – ମୁଣ୍ଡଳୀରେ ହାତୀ ଉଦ୍ଧାର ଅପରେସନ ବେଳେ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତଦେହ ମିଳିଛି । ତାଙ୍କ ମୃତଦେହ ଧବଳେଶ୍ୱର ନିକଟବର୍ତ୍ତୀ କଖଡି ଗାଁରୁ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି । ଏ ନେଇ ଓଡ୍ରାଫ କୋଅର୍ଡିନେଟର ସୂଚନା ଦେଇଛନ୍ତି । ଗତକାଲି ମୁଣ୍ଡଳି ବ୍ୟାରେଜରେ ଫସି ରହିଥିବା ହାତୀକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ବୋଟରେ ସୀତାରାମ ମୁର୍ମୁ ଥିଲେ । ବୋଟ୍‌ଟି ଓଲଟି ପଡିବା ପରେ ସୀତାରାମ ଭାସିଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା । ସୀତାରାମଙ୍କ ମୃତ୍ୟୁ ସହ ବୋଟ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଶୁକ୍ରବାର ଟିଭି ନ୍ୟୁଜ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା ।

Comments are closed.