ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ : ଶ୍ୱାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ ହୋଇଥିବା ସୂଚନା

ଭୁବନେଶ୍ୱର- ବରିଷ୍ଠ ସାମ୍ବାଦିକଙ୍କ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ ହୋଇଛି । ଏ ନେଇ ଏମ୍‌ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ଚୂଡାନ୍ତ ପୋଷ୍ଟମର୍ଟମ ରିପୋର୍ଟ ଆସିବ । ତାଙ୍କ ପାକସ୍ଥଳୀରେ ହଜମ ହୋଇ ନ ଥିବା ଖାଦ୍ୟ ପରୀକ୍ଷା ପାଇଁ ପଠାଯାଇଛି । ଡାଏଟମ୍ ଓ ଭିସେରା ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଛି ।

ସେପଟେ ପୋଲିସ ଏହି ମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଛି । ଏକ କାର୍ ଜବତ କରିଛି ପୋଲିସ । ମୃତ୍ୟୁ ପୂର୍ବରୁ ମନୀଷ ହୋଟେଲା ସାଉଥ୍ ସିଟି ବାରକୁ ଯାଇଥିବା ଜଣାପଡିବା ପରେ ଏହା ଉପରେ ଅଧିକ ଫୋକସ ରଖି ତଦନ୍ତ ଚଳାଇଛି ପୋଲିସ । ଦୁଇ ଦିନ ତଳେ ମନୀଷଙ୍କ ମୃତଦେହ ପାତ୍ରପଡାର ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ମନୀଷଙ୍କୁ ତାଙ୍କ ସାଙ୍ଗମାନେ ଡାକି ନେଇ ହତ୍ୟା କରିଛନ୍ତି ବୋଲି ବାପା ନବୀନ ଦାସ ଅଭିଯୋଗ କରିଛନ୍ତି ।

Comments are closed.