ବିନା ଛୁଂଚିରେ ଶିଶୁଙ୍କୁ ଦିଆଯିବ କୋଭିଡ ଟିକା

ଭୁବନେଶ୍ୱର – ଶିଶୁଙ୍କୁ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, ରାଜ୍ୟରେ ବିନା ଛୁଂଚିରେ ଶିଶୁଙ୍କୁ ଟିକା ଦିଆଯିବ । ପିଲାମାନେ ଇଂଜେକସନକୁ ଡରୁଥିବାରୁ ବିନା ଛୁଂଚିରେ ସେମାନଙ୍କୁ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଏସଓପି ଆସିବ । ନୂଆ ନିୟମ ଆଧାରରେ ଟିକାକରଣ ହେବ । ଶିଶୁଙ୍କୁ ୨ଟି ଡୋଜ୍ ଟିକା ଦେବା ପାଇଁ ପରାମର୍ଶ ରହିଛି । ଆଜି ସଂଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଶୁଙ୍କ ଟିକାକରଣ ନେଇ ତାଲିମ ଦିଆଯିବ ।

ରାଜ୍ୟରେ ୨ ବର୍ଷରୁ ୧୮ ବର୍ଷ ମଧ୍ୟରେ ୧ କୋଟି ୪୦ ଲକ୍ଷ ପିଲା ଅଛନ୍ତି । ଏକାସଙ୍ଗେ ଶିଶୁଙ୍କୁ ଟିକା ଦେବାକୁ ହେଲେ ଟିକାକରଣ କେନ୍ଦ୍ର ବଢାଇବାକୁ ହେବ ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

Comments are closed.