ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ସଂପର୍କିତ ବିଜ୍ଞପ୍ତି ଜାରି

ଭୁବନେଶ୍ୱର- ଆଗାମୀ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ଆସନ୍ତାମାସ ୯ ତାରିଖରୁ ମତାମତ ଗ୍ରହଣ କରାଯିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୧୮ ତାରିଖ ସୁଦ୍ଧା ମତାମତ ଦାଖଲ ହେବ । ନଭେମ୍ବର ୨୯ ତାରିଖରେ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧୩ ତାରିଖ ମଧ୍ୟରେ ବିଜ୍ଞପ୍ତି ନେଇ ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରିବ ।

Comments are closed.