ଦରବୃଦ୍ଧିର ପ୍ରତିବାଦ, ଆଜି ୧୪୭ ନିର୍ବାଚନଣ୍ଡଳୀରେ ବିଜେଡି ମହିଳା ମୋର୍ଚ୍ଚାର ଧାରଣା ଓ ବିକ୍ଷୋଭ

ଭୁବନେଶ୍ୱର- ଦରଦାମ ବୃଦ୍ଧି ପ୍ରତିବାଦରେ ଆଜିଠାରୁ ୭ ତାରିଖ ଯାଏଁ ଶାସକ ବିଜେଡିର ରାଜ୍ୟବ୍ୟାପୀ ବିକ୍ଷୋଭ ଚାଲିବ । ଆଜି ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତିବାଦ ସଭା କରିବ ବିଜେଡି ମହିଳା ମୋର୍ଚ୍ଚା । ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯିବା ସହ ବିକ୍ଷୋଭ କରାଯିବ ।

ଗତକାଲି ମଧ୍ୟ ଦରଦାମ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲା ଦଳ । ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ସାଇକେଲ ରାଲି ବାହାର କରାଯିବା ସହ ରାଜଭବନ ଆଗରେ ଧାରଣା ଦିଆଯାଇଥିଲା । ଦଳର ବିଭିନ୍ନ ନେତା ଏଥିରେ ସାମିଲ ହୋଇଥିଲେ । କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ନୀତି ଯୋଗୁଁ ଜନସାଧାରଣଙ୍କ ଉପରେ ମହଙ୍ଗା ମାଡ ହେଉଛି ବୋଲି ଦଳୀୟ ନେତାମାନେ କହିଥିଲେ ।

Comments are closed.