ନିମାପଡା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ – ଦୁର୍ନୀତିଖୋର ଓ ଲାଂଚୁଆ ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲା ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ କରିଛି । ତହସିଲଦାରଙ୍କଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ପରେ ସରକାରୀ ଘରେ ଚଢାଉ ପରେ ଆଉ ୫୦ ହଜାର ଟଙ୍କା ଜବତ ହୋଇଛି । ତହସିଲଦାରଙ୍କ କଟକ ସିଡିଏ ସ୍ଥିତ ଘର ସହ ଧାନମଣ୍ଡଳ ଓ ଗରଦପୁର ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।

Comments are closed.