“ଘରର୍ ବଢେଟେ ବୁଝା ନବୀନ ବାବୁ ଉଠେଇଦେଲେ”

ମୁଖ୍ୟମନ୍ତ୍ରୀଙ୍କ ହାତରୁ ସ୍ମାର୍ଟକାର୍ଡ ପାଇଥିବା କିଛି ମହିଳାଙ୍କ ପ୍ରତିକ୍ରିୟା

“ଗରିବର୍ ଜୀବନ୍ ଥିଁ ଇ କାର୍ଡ ବିପଦ୍ ବେଲର୍ ବନ୍ଧୁ ଆଏ”

ସମ୍ବଲପୁର: ପଇସା ଅଭାବରୁ ଗରିବ ଲୋକେ ଚିକିତ୍ସା ସୁବିଧାରୁ ବଂଚିତ ହୋଇଥାନ୍ତି । ଆଉ ଚିକିତ୍ସା ଖର୍ଚ ତୁଳାଇବାକୁ ଯାଇ ଲୋକେ ପିଲାଙ୍କ ପାଠପଢା ବନ୍ଦ କରିବା କଥା ମତେ ବହୁତ କଷ୍ଟ ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ ବିଏସକେଓ୍ବାଇ କାର୍ଡ ବଣ୍ଟନର ଶୁଭାରମ୍ଭ କରି କୁଚିଣ୍ଡାରେ ଏହା ପ୍ରକାଶ କରିଥିଲେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ହାତରୁ ଏହି କାର୍ଡ ପାଇ ମହିଳା ହିତାଧିକାରୀ ବି ଖୁସିରେ ଆତ୍ମହରା ହୋଇଉଠିଛନ୍ତି । ଆଉ ଗୋଟେ ଗରିବ ପାଇଁ ଏହି କାର୍ଡ କେତେ ଜରୁରୀ ତାହା ନ୍ୟୁଜରୁମ୍ ଆଗରେ ବଖାଣିଛନ୍ତି । ଏହି କାର୍ଡ ଗରିବକୁ ଏକପ୍ରକାର ବରଦାନ ବୋଲି ବି ହିତାଧିକାରୀମାନେ ପ୍ରକାଶ କରିଛନ୍ତି ।

“ଘରର୍ ବଢେଟେ ବୁଝା ନବୀନ ବାବୁ ଉଠେଇଦେଲେ”

ସନ୍ଧ୍ୟାରାଣୀ ରାୟ, କୁଚିଣ୍ଡା, ସମ୍ବଲପୁର

ନବୀନ ବାବୁ ମୋର୍ ଘରର୍ ଝନେ ବାଗିର୍ ଆନ୍ । ଜନମ୍ ନୁ ମରନ୍ ତକ୍ ସବୁ ଯୋଜନା ତ କରିଛନ୍ । ଆର୍ ଇହାଦେ ଇ ହେଲଥ କାର୍ଡ ଦେଇକରି ବଢେଟେ ଚିନ୍ତା ଦୂର୍ କରି ଦେଇଛନ୍ । ନବୀନ ବାବୁ ଆମର୍ ଲାଗିଁ ସାଖ୍ୟାତ୍ ମାହାପୁରୁର୍ ରୁପ୍ ଆନ୍ । ତାକର୍ ହାତୁଁ ଇ କାର୍ଡ ଛିନିକରି ଆମେ ଧଏନ୍ ହେଇଯାଇଛୁଁ । ତାହାକୁଁ କୋଟି କୋଟି ଧନ୍ୟବାଦ ।

ସନ୍ଧ୍ୟାରାଣୀ ରାୟ, କୁଚିଣ୍ଡା, ସମ୍ବଲପୁର

“ମୁଖ୍ୟମନ୍ତ୍ରୀ କଁର୍ ହାତୁଁ ଇ କାର୍ଡ ପାଇକରି କେତନି ଖୁସ୍ ଅଛେଁ”

ବିନୀତା କୁମ୍ଭାର, ପରମାଣପୁର, ସମ୍ବଲପୁର

ମୁଖ୍ୟମନ୍ତ୍ରୀ ଆଜ୍ଞାକଁର୍ ହାତୁଁ ଇ କାର୍ଡ ପାଇକରି ମତେ କେତନି ଖୁସି ଲାଗୁଛେ । ଇ କାର୍ଡ ପାଏଲା ଉତାରୁଁ ଆମର୍ ବାଗିର୍ ଗରିବ୍ ଦୁଖୀ କେ ମାହାପୁରୁର୍ ଆର୍ଶୀବାଦ୍ ମିଲଲା ବାଗିର୍ ଲାଗୁଛେ । ଇହାଦେ ଆର୍ ବେମାର୍ ସେମାର୍ ହେଲେଁ ଭିଲ୍ ପଏସା ପତର୍ ଲାଗିଁ ଆର୍ ଚିକିତ୍ସା କେ ଘୁଚବାର୍ କେ ନେ ପଡେ । ନବୀନ୍ ଆଜ୍ଞା ଆମର୍ ବାଗିର୍ ଗରିବ୍ ଦୁଖୀ ଲାଗିଁ ଭଗବାନ୍ ବାଗିର୍ ଆନ୍ । ଯେତକି ଟେ ଯୋଜନା କରୁଛନ୍ ଯେ କିହେ ହେତକି ନେ କରନ୍ ।

ବିନୀତା କୁମ୍ଭାର, ପରମାଣପୁର, ସମ୍ବଲପୁର

“ଏତକେ ଆର୍ ଚିକିତ୍ସା ଖର୍ଚ୍ଚା କେ ଡରବାର୍ ନାଇନ”

ସରସ୍ବତୀ ଭୋଇ, କବରାପାଲି, ଯୁଯୁମୁରା, ସମ୍ବଲପୁର

ନବୀନ ପଟ୍ଟନାୟକ ଆଜ୍ଞା ଗରିବର୍ ଅସଲ୍ ଲୋକ୍ ଆନ୍ । କାହାରିର୍ ଘରେ ବେମାରି ପଡିଗଲେଁ କେତେ ଚିନ୍ତା ହେସି ଟା ଗରିବ୍ ଟେ ହିଁ ବୁଝବା । ହେଲେଁ ନବୀନ ବାବୁ ଆମର୍ ଗରିବ ମାନକର୍ କଥା କେ ଠିକ୍ ବୁଝିଛନ୍ । ଇ କାର୍ଡ ତାର୍ ଆର୍ ଗୁଟେ ପ୍ରମାଣ ଆଏ । ଇହାଦେ ଇ କାର୍ଡ ପାଏଲା ଉତାରୁଁ ଗୁଟେ ଅଲଗ୍ ଦମ୍ ପୁରଲାନ । କମସେ କମ୍ ବେମାର୍ ଲାଗିଁ ଘର୍ ଦୁଆର୍ ବିକବାର୍ କେ ତ ନେ ପଡେ । ଆମର୍ ମହିଲାମାନକର୍ ଲାଗିଁ ୧୦ ଲାଖ୍ ତକ୍ ମଗନା ଚିକିତ୍ସା ଟା ବରଦାନ୍ ଆଏ । ନବୀନ୍ ବାବୁକୁଁ କୋଟି କୋଟି ଧନ୍ୟବାଦ ।

ସରସ୍ବତୀ ଭୋଇ, କବରାପାଲି, ଯୁଯୁମୁରା, ସମ୍ବଲପୁର

“ଇହାଦେ ସବୁ ବଡଖା ଡାକ୍ତରଖାନା କେ ଭିଲ୍ ଆମେ ଯାଇପାରମୁଁ”

ଗୁଲସନ୍ ବିବି, ଜମନକିରା, ସମ୍ବଲପୁର

ଆଘୋ କେନସି ଦେହେ ପା ଖରାପ୍ ହେଲେଁ ବଡଖା ଡାକ୍ତରଖାନା ଯିବାର୍ କେ ଦମ୍ ନେ ପୁରୁଥାଇ । ପଏସା ନେ ଥିବାର୍ ଲାଗିଁ ବେମାର୍ ଦେଖି ଦେଖି ଦୁଖ୍ ମିଲୁଥିଲେଁ ଭିଲ୍ ପ୍ରାଇଭେଟ ହସପିଟାଲ କେ ଯାଇନେପାରୁଥିଲୁଁ । ହେଲେ ଇହାଦେ ମୁଖ୍ୟମନ୍ତ୍ରୀ ଇ କାର୍ଡ କେ ମତେ ଧରେଇ ଦେଇକରି ଆମର୍ ଘରର୍ ସମକୁଁ ଋଣୀ କରି ଦେଇଛନ୍ । ଇ କାର୍ଡ ପାଏଲା ଉତାରୁଁ ବହୁତ୍ ଖୁସ୍ ଲାଗୁଛେ । ନବୀନ ଆଜ୍ଞାକୁଁ କେତନିଟେ ଧନ୍ୟବାଦ ।

ଗୁଲସନ୍ ବିବି, ଜମନକିରା, ସମ୍ବଲପୁର

Comments are closed.