ରାଜ୍ୟରେ କୋରୋନା ସ୍ଥିତି ଭଲ, ବୁଷ୍ଟର ଡୋଜ୍ ଉପରେ ତର୍ଜମା ଚାଲିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସ୍ଥିତି ଭଲ ରହିଛି । କୋରୋନା ସଂକ୍ରମଣ ସ୍ଥିତି ଉପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ସବୁ ଇମ୍ୟୁନାଇଜେସନର ପ୍ରାୟ ବୁଷ୍ଟର ଦେବା ଦରକାର ଥାଏ । ଅନ୍ୟ ଯେଉଁ ବୁଷ୍ଟର ଦିଆଯାଉଛି,ତାହା ବହୁ ପରୀକ୍ଷିତ । କୋଭିଡ ବୁଷ୍ଟର ଡୋଜ୍ ଦେବା ପାଇଁ ତର୍ଜମା ଚାଲିଛି । ଏଯାଏଁ ଚୂଡାନ୍ତ ନିଷ୍ପତ୍ତି କିଛି ନିଆଯାଇ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଆମ ଦେଶରେ କୋରୋନା ସଂକ୍ରମଣ କମୁଥିଲେ ମଧ୍ୟ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି ।

Comments are closed.