କବିସୂର୍ଯ୍ୟନଗରରେ ସଡକ ଦୁର୍ଘଟଣା, ଶୌଚ ହୋଇ ବାଇକରେ ଫେରୁଥିବା ବେଳେ ଟ୍ରକ ସହ ଧକ୍କା ହୋଇ ୨ ମୃତ

କବିସୂର୍ଯ୍ୟନଗର – ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ମର୍ଦ୍ଦରାଜ ହାଇସ୍କୁଲ ଛକ ଆଗରେ ଟ୍ରକ୍ ଧକ୍କାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସେମାନେ ହେଲେ ଶିଖରପୁର ସାହିର ବାସିନ୍ଦା ସପନୀ ଓ ଅଜିତ ଦାଶ । ସୂଚନା ଅନୁସାରେ ଆଜି ସକାଳେ ସପନୀ ଓ ଅଜିତ ଶୌଚ ହୋଇ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ମର୍ଦ୍ଦରାଜ ହାଇସ୍କୁଲ ସାମନାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ସେମାନଙ୍କର ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସପନୀ ଓ ଅଜିତଙ୍କର ମୃତ୍ୟୁ ହୋଇଥିଲା । ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Comments are closed.