ଶିଶୁ ଯୌନ ଶୋଷଣ ମାମଲାର ତଦନ୍ତ କରିବାକୁ ଯାଇଥିବା ସିବିଆଇ ଅଧିକାରୀଙ୍କୁ ଲୋକଙ୍କ ମାଡ ଅଭିଯୋଗ

ଢେଙ୍କାନାଳ –ଶିଶୁ ଯୈାନ ଶୋଷଣ ମାମଲାର ତଦନ୍ତ କରିବାକୁ ଯାଇଥିବା ସିବିଆଇ ଅଧିକାରୀଙ୍କୁ ମାଡ ଅଭିଯୋଗ । ଆଜି ସକାଳେ ଟାଉନ ଥାନା କଲୋନୀ ସାହିର ବାସିନ୍ଦା ସୁରେନ୍ଦ୍ର ନାଏକଙ୍କ ଘରେ ପହଂଚିଥିଲେ ଦିଲ୍ଲୀ ଓ ଭୁବନେଶ୍ୱରର ୮ ଜଣିଆ ସିବିଆଇ ଟିମ୍ । ସୁରେନ୍ଦ୍ରଙ୍କୁ ଗୋଟିଏ ଘରେ ସିବିଆଇ ଅଧିକାରୀମାନେ ସକାଳ ୭ଟାରୁ ଅପରାହ୍ନ ଯାଏଁ ଜେରା କରିଥିଲେ । ଦୀର୍ଘ ସମୟ ଧରି ଜେରା କରୁଥିବାରୁ ଲୋକେ ସନ୍ଦେହ କରି ଟାଉନ ଥାନାକୁ ଖବର ଦେଇଥିଲେ । ପୋଲିସ ପହଂଚିବା ଆଗରୁ ଗାଁ ଲୋକେ ଘର ଭିତରୁ ସିବିଆଇ ଅଧିକାରୀଙ୍କୁ ଘୋଷାରି ଆଣି ଟଣାଓଟରା କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ବହୁକଷ୍ଟରେ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସିବିଆଇ ଅଧିକାରୀଙ୍କୁ ଉଦ୍ଧାର କରିଥିଲା ପୋଲିସ ।

ସୁରେନ୍ଦ୍ର ନାମରେ ଅଭିଯୋଗ ଥିଲା ଯେ, ସେ ଦେଶୀ ଏମଏମଏସ ନାମକ ଏକ ୱେବସାଇଟରେ ସଦସ୍ୟ ହୋଇଥିଲା । ସେଥିରେ ଆସୁଥିବା ଅଶ୍ଳୀଳ ଭିଡିଓକୁ ଡାଉନଲୋଡ୍ କରି ନିଜେ କ୍ରିଏଟ କରିଥିବା ହ୍ୱାଟସଆପ୍ ଗ୍ରୁପ୍ ଓ ଅନ୍ୟ ୱେବସାଇଟରେ ଅପଲୋଡ୍ କରୁଥିଲେ ।

ସେପଟେ ସିବିଆଇ ଟିମ୍ ଭଦ୍ରକ ଓ ଯାଜପୁରରେ ଚଢାଉ କରିଛି । ଯାପୁର ମାସୁଦପୁର ଗାଁର ଅନୀଲ ମାଝୀ ଓ ଭଦ୍ରକ ଆଗରପଡାର ମନୋରଂଜନ ଦାସଙ୍କ ଘରେ ରେଡ୍ କରିଛି ସିବିଆଇ ।

Comments are closed.