କାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ, ରହିଛି ବ୍ୟସ୍ତବହୁଳ କାର୍ଯ୍ୟକ୍ରମ, ବ୍ୟାପକ ସୁରକ୍ଷା

ବ୍ରହ୍ମପୁର- ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନ କରିବା ସହ ଜିଲ୍ଲାବାସୀଙ୍କୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେବେ । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୦ଟାରେ ସେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ପୀଠ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀର ୨୦ଟି ପଚାୟତ ସମିତି ସଦସ୍ୟ, ପ୍ରତି ବ୍ଲକରୁ ୨୫ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ବିଧାୟକ ଓ ସାଂସଦ ଯୋଗଦେବେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ଦକ୍ଷିଣାଚଂଳ ଡିଆଇଜିଙ୍କ ନିର୍ଦ୍ଦେଶରେ ତାରାତାରିଣୀ ମନ୍ଦିରରେ ମକ୍ ଡ୍ରିଲ୍ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୨ ଜଣ ଅତିରିକ୍ତ ଏସପି, ୪ ଡିଏସପି, ୧୮ ଇନସପେକ୍ଟର, ୧୦୦ ହୋମଗାର୍ଡ, ୬୪ କନେଷ୍ଟବଳ, ୩୬ ସବ୍ ଇନସପେକ୍ଟର ଓ ୧୬ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

Comments are closed.