ସବୁ କୋଭିଡ ଟିକା ଓମିକ୍ରନରୁ ସୁରକ୍ଷା ଦେବ, ଟିକା ନେଲେ ମୃତ୍ୟୁ ଆଶଙ୍କା କମ୍ ରହିବ : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର- କୋଭିଡ ଟିକା କୋରୋନାର ନୂଆ ଭାରିଆଂଟ ଓମିକ୍ରନରୁ ମଧ୍ୟ ସୁରକ୍ଷା ଦେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ଥରେ କୁହାଯାଇଛି । ସମସ୍ତେ ଯଥା ଶୀଘ୍ର ଟିକା ନେବା ପାଇଁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ୧୦୦ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେକସନ ଦେବ ଟିକା । ଟିକା ନେଲେ ଗୁରୁତର ହେବା, ହସପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁମୁଖରେ ପଡିବା ଆଶଙ୍କା କମ୍ ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସୁରକ୍ଷା ପାଇଁ ଟିକା ନେବାକୁ ପଡିବ ।

ସବୁ ଜିଲ୍ଲାରେ ଟାସ୍କଫୋର୍ସ ରହିଛି । କେଉଁ ବ୍ଲକରେ ଲୋକ ଟିକା ନେଇନାହାନ୍ତି, ତାହା ଟାସ୍କଫୋର୍ସ ଅନୁଧ୍ୟାନ କରୁଛି । ସିଡିଏମଓମାନଙ୍କୁ ମଧ୍ୟ ଗାଁଗୁଡିକରେ ଟିକା ନେଇ ନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଗାଁରେ ଯଦି କିଛି ଲୋକ ଟିକା ନେଇନାହାନ୍ତି , ସେମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ ବୋଲି ସ୍ୱାସ୍ଥ୍ୟ ବିଭାଗ କହିିଛି ।

Comments are closed.