ଆଜିଠାରୁ ସକାଳ ୫ଟା ୩୦ରୁ ରାତି ସାଢେ ୯ ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ, ପହିଲି ଭୋଗ ନୀତି ଆରମ୍ଭ

ପୁରୀ – ଶ୍ରୀମନ୍ଦିରରେ ନୂଆ ଏସଓପି ଅନୁସାରେ ଆଜିଠାରୁ ଶ୍ରୀଜିଉଙ୍କ ଦର୍ଶନ ଆରମ୍ଭ ହୋଇଛି । ଆଜିଠାରୁ ଭକ୍ତମାନେ ସକାଳ ସାଢେ ୫ରୁ ରାତି ସାଢେ ୯ ଯାଏଁ ଦର୍ଶନ କରିପାରିବେ । କୋଭିଡ ସଂକ୍ରମଣ ଆଶଙ୍କା ଓ ଭିଡ ନିୟନ୍ତ୍ରଣ ପାଇଁ ଏହିମାସ ୩୧ ଓ ନବବର୍ଷ ଦିନ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ ।

ଏଣେ ଶ୍ରୀମନ୍ଦିରରେ ଆଜିଠାରୁ ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ଯାଏଁ ଚାଲିବ । ଏହି ସମୟରେ ମା’ ମହାଲକ୍ଷ୍‌ମୀ ବାପ ଘରକୁ ଯିବା ପରମ୍ପରା ରହିଛି । ତେଣୁ ମାସେ ଯାଏଁ ମାଆ ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବେ । ଆଜିଠାରୁ ମାସେ ଯାଏଁ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ପରେ ପହିଲି ଭୋଗ ଲାଗି କରାଯାଏ ।

Comments are closed.