ରାଜ୍ୟର ଦୀର୍ଘତମ ସେତୁର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମହାନଦୀ ଉପରେ ରାଜ୍ୟର ଦୀର୍ଘତମ ସେତୁ –ସିଂହନାଥ ସେତୁୁର ଆଜି ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସିଂହନାଥ ସେତୁ ବା ଟି ସେତୁର ଲୋକାର୍ପଣ କରିବେ । ଏହି ସେତୁଟି ବଡମ୍ବା-ଗୋପୀନାଥପୁରରୁ ସିଂହନାଥ ପୀଠ ଦେଇ ବାଙ୍କୀ ବୈଦେଶ୍ୱରକୁ ସଂଯୋଗ କରୁଛି । ଏହି ସେତୁ ଦ୍ୱାରା ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ ସହ ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଯାତାୟତ ଆହୁରି ସୁୁଗମ ହୋଇପାରିବ । ଏହି ସେତୁ ନିର୍ମାଣ ପାଇଁ ବହୁଦିନ ଧରି ଦାବି ହୋଇଆସୁଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁ ନିର୍ମାଣ ପାଇଁ ୨୦୧୪ ମସିବା ଫେବ୍ରୁଆରୀ ୨୮ ତାରିଖରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୩ କିଲୋମିଟର ୧୩୯ ମିଟର ବିଶିଷ୍ଟ ଏହି ସେତୁର ନିର୍ମାଣ ପାଇଁ ୧୩୧ କୋଟି ଟଙ୍କା ବ୍ୟୟ ହୋଇଛି ।

Comments are closed.