ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ

ଝାରସୁଗୁଡ଼ା: ଆଜି ସନ୍ଧ୍ୟା ୬ଟା ରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ଘଟିଛି। ଦଳୀୟ କାର୍ଯ୍ଯାଳୟରେ ଏକ ବୈଠକ କରିବା ପରେ ଘରକୁ ଯାଇଥିଲା ଘରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ନେବା ପରେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଛି।

ତାଙ୍କ ବିୟୋଗରେ ଝାରସୁଗୁଡ଼ା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ପରଲୋକ ଖବର ପାଇବା ପରେ ତାଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି। ଦୀର୍ଘ ବର୍ଷର ରାଜନୀତି ଜୀବନରେ ଅନେକ ଥର ବିଧାୟକ, ବାଚସ୍ପତି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ବ ତୁଳାଇଥିଲେ। ବିଶେଷ କରି ଝାରସୁଗୁଡ଼ା ସମେତ ସାରା ପଶ୍ଚିମ ଓଡ଼ିଶାରେ ବିଜେଡିର ସଂଗଠନର ମୂଳଦୁଆ ପକାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

Comments are closed.