ଭୁବନେଶ୍ୱର ମହାନଗର ନିଗମରେ କୋଭିଡ ଟିକାକରଣ ୨୯ ଲକ୍ଷ ଟପିଲା

ଭୁବନେଶ୍ୱର- କୋରୋନା ଟିକାକରଣରେ ଭୁବନେଶ୍ୱର ମହାନଗର ନିଗମର ଆଉ ଏକ ମାଇଲଖୁଂଟ । ବିଏମସି ପକ୍ଷରୁ ଜାନୁଆରୀ ୨୦ ତାରିଖ ସୁଦ୍ଧା ୨୯ ଲକ୍ଷ ୨ ହଜାର ୩୦୯ ଡୋଜ୍ ଟିକା ଦିଆଯାଇଛି । ୧୫ ଲକ୍ଷ ୮ ହଜାର ୮୮୪ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ୧୩ ଲକ୍ଷ ୫୬ ହଜାର ୪୬୫ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ୧୫ରୁ ୧୮ ବର୍ଷ ବର୍ଗରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୯୫୫ ଜଣ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି । ଭୁବନେଶ୍ୱରରେ ୫୦ରୁ ଅଧିକ କେନ୍ଦ୍ରରେ ଟିକାକରଣ ଚାଲିଛି ।

Comments are closed.